ତାମିଲନାଡ଼ୁରେ ଆଉ ସପ୍ତାହେ ବଢ଼ିଲା ଲକଡାଉନ

ତାମିଲନାଡ଼ୁ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ରାଜ୍ୟରେ ଆଉ ସପ୍ତାହକ ପାଇଁ ଲକଡାଉନ ବଢ଼ାଇ ଦେଇଛନ୍ତି। ଏହି ସମୟରେ ଗ୍ରୋସରୀ, ପରିବା ଓ ମାଂସ ଦୋକାନ ସକାଳ ୬ଟାରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି। ସରକାରୀ ଅଫିସ ୩୦ ପ୍ରତିଶତ କର୍ମଚାରୀ ସହ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ଜଣାପଡ଼ିଛି।। କିନ୍ତୁ ଯେଉଁ ୧୧ଟି ଜିଲ୍ଲାରେ କୋଭିଡ ମାମଲା ଅଧିକ ରହିଛି ସେଠାରେ ଏହି ନିୟମ ଲାଗୁ ହେବ ନାହିଁ।

ସୂଚନାଯୋଗ୍ୟ, ରାଜ୍ୟରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ମେ’ ୧୦ରୁ ୨ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଥିଲା। ଲକଡାଉନ ସମୟରେ ଔଷଧ, ପଶୁ ଚିକିତ୍ସା ସମ୍ବନ୍ଧୀୟ ଔଷଧ ଦୋକାନ, ପାଣି ଓ ସମ୍ବାଦପତ୍ର ବିତରଣ ଆଦିର ଅନୁମତି ମିଳିଥିଲା।