ଆଇପିଏଲ୍‌: ଦମ୍ଭ ଦେଖାଇଲେ ଦିନେଶ କାର୍ତ୍ତିକ, ଦିଲ୍ଲୀକୁ ୧୬ ରନ୍‌ରେ ହରାଇଲା ବାଙ୍ଗାଲୋର

ମୁମ୍ବାଇ,ଏଜେନ୍ସି: ଇଣ୍ଡିଆନ୍ ପ୍ରିମିୟର ଲିିଗ୍‌(ଆଇପିଏଲ୍‌) ୨୦୨୨ର ୨୭ତମ ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହୋଇଥିଲା । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍‌ରେ ଶନିବାର ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୧୮୯ ରନ୍ ସଂଗ୍ରହ କରିଥିଲା । ଫଳରେ ଦିଲ୍ଲୀକୁ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ଥିଲା । କିନ୍ତୁ ବାଙ୍ଗାଲୋରର ଦରଦାର ବୋଲିଂ କାରଣରୁ ଦିଲ୍ଲୀର ୭ ୱିକେଟ୍ ହରାଇ ୧୭୩ ରନ୍‌ରେ ଅଟକି ଯାଇଥିଲା । ବାଙ୍ଗାଲୋର ଏହି ମ୍ୟାଚ୍‌କୁ ୧୬ ରନ୍‌ରେ ଜିତିଥିଲା । ଦିନେଶ କାର୍ତ୍ତି କ ଏହି ମ୍ୟାଚର ହିରୋ ହୋଇଥିଲେ ।

ଦିଲ୍ଲୀ ୧୯୦ ରନ୍‌ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା । ଦଳର ପ୍ରାରମ୍ଭିକ ବ୍ୟାଟିଂ ବହୁତ ଭଲ ଥିଲା । ଓପନର ପୃଥ୍ୱୀ ଓ’ ଓ ଡେଭିଡ ୱାର୍ଣ୍ଣର(୬୬ରନ୍‌) ପ୍ରଥମ ୱିକେଟ୍ ପାଇଁ ୫୦ ରନ୍‌ର ଭାଗିଦାରୀ ହୋଇଥିଲେ । ପୃଥ୍ୱୀ ସ’ ବ୍ୟକ୍ତିଗତ ଭାବେ ୧୬ ରନ୍ କରିଥିଲେ । ୨ୟ ୱିକେଟ୍ ପାଇଁ ମିଚେଲ ମାର୍ସ(୧୪)ଙ୍କ ସହିତ ୱାର୍ଣ୍ଣର ୪୪ ରନ୍‌ର ଭାଗିଦାରୀ ହୋଇପାରିଥିଲେ । ଅଧିନାୟକ ଋଷଭ ପନ୍ତ ବ୍ୟକ୍ତିଗତ ଭାବେ ୩୪ ରନ୍ କରି ଆଉଟ ହୋଇଥିଲେ । କିନ୍ତୁ ଏହା ପରେ ଦଳର ଅନ୍ୟ ବ୍ୟାଟରମାନେ ଭଲ ଖେଳି ନଥିଲେ । ବାଙ୍ଗାଲୋର ପାଇଁ ଜୋସ୍ ହେଜଲବୁଡ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ମହମ୍ମଦ ଶାମୀଙ୍କୁ ୨ଟି ଓ ୱାନିନ୍ଦୁ ହସରଙ୍ଗାଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା ।

ପ୍ରଥମ ପାଳିରେ ବାଙ୍ଗାଲୋର ସ୍କୋର ମାତ୍ର ୪୦ ରନ୍‌ରେ ଆଗଧାଡ଼ିର ୩ ଜଣ ଖେଳାଳିଙ୍କୁ ହରାଇଥିଲା । ଓପନର ଫାଫ ଡୁ ପ୍ଲେସିସ ଓ ଅନୁଜ ରାୱତ ଶସ୍ତାରେ ଆଉଟ୍ ହୋଇଥିଲେ । ଅଧିନାୟକ ବିରାଟ କୋହଲି ମଧ୍ୟ ୧୨ ରନ୍ ସଂଗ୍ରହ କରି ପାଭଲିଅନକୁ ଫେରି ଯାଇଥିଲେ । ମଧ୍ୟ କ୍ରମର ବ୍ୟାଟର ଗ୍ଲେନ ମେକ୍ସୱେଲ (୫୫ରନ୍‌) ଓ ଦିନେଶ କାର୍ତ୍ତିକ (ଅପରାଜିତ ୬୬ ରନ୍‌) କିନ୍ତୁ ବାଙ୍ଗାଲୋର ଆଶା ସଂଚାର କରିଥିଲେ । ମେକ୍ସୱେଲ ୩୪ଟି ବଲ ଖେଳି ୭ ଚୌକା ଓ ୨ ଛକା ମାରିଥିଲେ । ସେହିପରି କାର୍ତ୍ତିକଙ୍କ ବ୍ୟାଟରୁ ୫ଟି ଚୌକା ଓ ୫ ଛକା ବାହାରିଥିଲା । ସେ ୩୪ଟି ବଲ୍ ସାମ୍ନା କରିଥିଲେ ।