୫ଜି ନେଟୱର୍କ ବିରୋଧରେ ଜୁହି ଚାୱଲାଙ୍କ ଆବେଦନ ଖାରିଜ: ୨୦ଲକ୍ଷ ଟଙ୍କା ଜୋରିମାନା

ନୂଆଦିଲ୍ଲୀ: ୫ଜି ନେଟୱର୍କ ବିରୋଧରେ ଅଭିନେତ୍ରୀ ଜୁହି ଚାୱଲା ଦାୟର କରିଥିବା ପିଟିସନ୍ ଦିଲ୍ଲୀ ହାଇକୋର୍ଟ ଖାରିଜ କରିଦେଇଛି। ଏଥିସହିତ ଜୁହିଙ୍କ ଉପରେ୨୦ଲକ୍ଷ ଟଙ୍କାର ଜୋରିମାନା ଲଗାଇଛି।

ହାଇକୋର୍ଟଙ୍କ କହିବାନୁସାରେ, ଜୁହି ଚାୱଲା ଏଭଳି ପିଟିସନ୍ ପ୍ରଚାର ଉଦ୍ଦେଶ୍ୟରେ କରିଥିଲେ ସେଥିପାଇଁ ତ ତା’ର ଲିଙ୍କ ସୋସିଆଲ ମିଡିଆରେ ସେୟାର କରିଥିଲେ। କେବଳ ଏତିକି ନୁହେଁ, ଗତ ଶୁଣାଣୀ ସମୟରେ ଯେଉଁ ବ୍ୟକ୍ତି ଉଚ୍ଚ ସ୍ୱରରେ ଗୀତ ଗାଉଥିଲେ ତାଙ୍କ ବିରୁଦ୍ଧରେ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ କୋର୍ଟ ଆଦେଶ ଦେଇଛନ୍ତି।