କରୋନା ସଂକ୍ରମିତ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

ନୂଆଦିଲ୍ଲୀ: କରୋନା ସଂକ୍ରମିତ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଛି। ଶ୍ୱାସକ୍ରିୟାରେ ସମସ୍ୟା ଦେଖାଯିବାରୁ ତାଙ୍କୁ ଏବେ ଭେଣ୍ଟିଲେଟରରେ ରଖାଯାଇଛି। ଦୁଇ ଦିନ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ଶ୍ରୀ ଜୈନଙ୍କଠାରେ ଜ୍ୱର ଲାଗି ରହିବା ସହ ନିମୋନିଆ ମଧ୍ୟ ବଢ଼ିଯାଇଛି। ସେଥିପାଇଁ ତାଙ୍କୁ ରାଜୀବ ଗାନ୍ଧୀ ସୁପରସ୍ପେସିଆଲିଟି ହସ୍ପିଟାଲରୁ ମ୍ୟାକ୍ସ ସାକେତକୁ ସ୍ଥାନାନ୍ତର କରାଯାଇଛି।

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, କରୋନା ଭୂତାଣୁ ସତ୍ୟେନ୍ଦ୍ରଙ୍କ ଫୁସଫୁସକୁ ମଧ୍ୟ ସଂକ୍ରମଣ କରିଛି। ସତ୍ୟେନ୍ଦ୍ର ହସ୍ପିଟାଲରେ ଥିବା ଯୋଗୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କାର୍ଯ୍ୟଭାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟା ସମ୍ଭାଳୁଛନ୍ତି।