ଭୁବନେଶ୍ୱର, ଏନ୍ଏନ୍ଏସ୍: ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ୨ଟି ଆଂଶିକ ପରିବର୍ତ୍ତନ ପିଟିସନ୍ ଦାୟର ହୋଇଛି। ଆବେଦନ କାରୀ ହେଉଛନ୍ତି ନୟାଗଡ଼ ଜିଲ୍ଲାର ଆଫତାଫ ହୁଦେନ ଓ ଓଡ଼ିଶା ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଂଚ। ପୁରୀ ସହରକୁ ସଟଡାଉନ କରି କେବଳ ସେବାୟତଙ୍କ ଦ୍ୱାରା ରଥଯାତ୍ରା କରାଯାଉ ବୋଲି ଆବେଦନକାରୀ ଅଫତାଫ ହୁସେନ ଆବେଦନ କରିଛନ୍ତି। ଅନ୍ୟପଟେ ଓଡ଼ିଶା ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଂଚ ପକ୍ଷରୁ ନିର୍ଦ୍ଦେଶ ପ୍ରତ୍ୟାହାର କିମ୍ବା ପରିବର୍ତ୍ତନ ନେଇ ପିଟିସନ ଦାୟର ହୋଇଛି।
ସୂଚନାଯୋଗ୍ୟ, ଗଜପତି ମହାରାଜା ଦିବ୍ୟସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରମନ୍ଦିର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀ ମନ୍ଦିର ଭିତରେ ପରମ୍ପରା ରକ୍ଷା ଓ ଶାସ୍ତ୍ରସମ୍ମତ ବ୍ୟବସା୍ଥ ସ୍ଥିର କରିବା ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଶ୍ରମନ୍ଦିର ଭିତରେ କିପରି ବିଧି ରକ୍ଷା କରାଯାଇପାରିବ ସେନେଇ ଆଜି ସଂନ୍ଧ୍ୟାରେ ଛତିଶା ନିଯୋଗ ପ୍ରତିନିଧିଙ୍କ ସହ ବୈଠକ ବସିବ ବୋଲି ଗଜପତି କହିଛନ୍ତି।