ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କଠାରେ କରୋନା ଲକ୍ଷଣ ଦେଖାଦେଇଛି। ଏ ନେଇ ଶ୍ରୀ ଜୈନ ଗତକାଲି ରାତ୍ରିରେ ରାଜୀବ ଗାନ୍ଧୀ ସୁପର ସ୍ପେଶିଆଲ୍ଟି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଶ୍ରୀ ଜୈନଙ୍କୁ ଗତକାଲି ଭିଷଣ ଜ୍ୱର, ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେବାସହ ତାଙ୍କ ଶରୀରରେ ଅମ୍ଳଜାନର ମାତ୍ରା କମିଯାଇଥିଲା। ତେବେ ଏହି ଲକ୍ଷଣ ଗୁଡ଼ିକ କରୋନାର ହୋଇଥିବାରୁ ଆଜି ଶ୍ରୀ ଜୈନଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି।
ତେବେ ଏ ସମ୍ପର୍କରେ ଶ୍ରୀ ଜୈନ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ସେ ଗତଦିନରେ ଅନେକ ବୈଠକରେ ଯୋଗଦେଇଥିବା ବେଳେ ପ୍ରେସ କନଫରେନ୍ସ କରି କୋଭିଡ ସମ୍ପର୍କିତ ସୂଚନା ଦେଇଥିଲେ। ସେହିପରି ରବିବାର ଦିନ ଅମିତ ଶାହାଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ମଧ୍ୟ ଉପସ୍ଥିତ ଥିଲେ।