ଉତ୍ତରପ୍ରଦେଶ ମୁରଦାବାଦରେ ଅଭାବନୀୟ ଘଟଣା, କାରରେ ଶ୍ୱାସରୁଦ୍ଧ ହୋଇ ୨ ଶିଶୁ ମୃତ

ଉତ୍ତରପ୍ରଦେଶ,ଏଜେନ୍ସି: ଉତ୍ତରପ୍ରଦେଶ ମୁରଦାବାଦରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ହଠାତ୍ ୪ଜଣ ଶିଶୁ ଖେଳୁଥିବା ବେଳେ କାରରେ ନିଜକୁ ବନ୍ଦ କରିଦେଇଥିଲେ। ଫଳରେ କାରରେ ଶିଶୁମାନେ ଶ୍ୱାସରୁଦ୍ଧ ହୋଇଯାଇଥିଲେ।
ତେବେ ଦୀର୍ଘ ସମୟ ଧରି ଶିଶୁମାନେ ଘରକୁ ନଫେରିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ। ପରେ ପୁଲିସ କାର ଭିତରୁ ଶିଶୁମାନଙ୍କୁ ଶ୍ୱାସରୁଦ୍ଧ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା।

ମାତ୍ର ଡାକ୍ତର ସେମାନଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ। ତେବେ ମୃତ ଶିଶୁଙ୍କ ବୟସ ୪ ବର୍ଷରୁ କମ୍ ହେବ ବୋଲି କୁହାଯାଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।