ନିର୍ଭୟା ମାମଲାର ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ନିର୍ଭୟା ମାମଲାର ୪ ଦୋଷୀ ଫାଶୀ ରହିତାଦେଶ ଉପରେ ଦିଲ୍ଲୀ ହାଇକୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି। ପଟିଆଲା କୋର୍ଟ ଫାଶୀ ଉପରେ ରହିତାଦେଶ ଜାରି କରିଥିଲେ। ତେବେ ରାୟକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର ଓ ତିହାର ଜେଲ୍ କର୍ତ୍ତୃପକ୍ଷ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ହାଇକୋର୍ଟ ୪ ଦୋଷୀ ଓ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ନୋଟିସ୍ କରିଥିଲେ। ହାଇକୋର୍ଟ ଆଜି ଏହାର ବିଚାର କରି ରାୟ ସଂରକ୍ଷିତ ରଖିଛନ୍ତି।