ଚିଲିକାରେ ବୁଡିଗଲା ଡଙ୍ଗା, ୬ଗୁରୁତର

ବାଲୁଗାଁ,ଏନ୍ଏନଏସ୍: ଚିଲିକାରେ ଡଙ୍ଗାବୁଡି ଘଟି ୬ ଜଣଙ୍କ ଗୁରୁତର ରହିଛି। ଆଜି ଅପରାହ୍ଣରେ ଚିଲିକା କାଳିଜାଇରୁ ପିକନିକ ସାରି ଫେରିବା ସମୟରେ ମଝି ନଦୀରେ ଡଙ୍ଗା ବୁଡିଯାଇଥିଲା। ଡଙ୍ଗାରେ ଥିବା ସମସ୍ତ ଯାତ୍ରୀଙ୍କୁ ପଛରେ ଆସୁଥିବା ଡଙ୍ଗା ଉଦ୍ଧାର କରିଥିଲା। ଉକ୍ତ ଡଙ୍ଗାରେ ୧୭ ଜଣ ଯାତ୍ରୀ ଥିଲେ। ୬ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲୁଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମାଛ ବୋଝେଇ ଡଙ୍ଗାରେ ଅଧିକ ଯାତ୍ରୀ ଥିବାରୁ ଏପରି ଅଘଟଣ ଘଟିଥିବା ଜଣାପଡିଛି।