ଗୁଗୁଲ ସହ ହାଥ ମିଳାଇଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ବସଯାତ୍ରୀଙ୍କ ଯାତ୍ରାକୁ ସରଳ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଲୋକଙ୍କୁ ବସର ବାସ୍ତବିକ ସମୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ପାଇଁ ଦିଲ୍ଲୀ ସରକାର ଗୁଗୁଲ ସହ ହାଥ ମିଳାଇଛନ୍ତି।

ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାଶ ଗହଲୋତ କହିଛନ୍ତି ଯେ, ଗୁଗୁଲ ମ୍ୟାପ ସହ ଏହି ଚୁକ୍ତି ହେବା ପରେ ଦିଲ୍ଲୀବାସୀଙ୍କୁ ସାର୍ବଜନିକ ପରିବହନ ସମ୍ବନ୍ଧରେ ବାସ୍ତବିକ ସୂଚନା ମିଳିବ। ଏହି ପରିଯୋଜନା ଆରମ୍ଭ ହେବା ପରେ ଦିଲ୍ଲୀବାସୀଙ୍କୁ ବସ ସମ୍ବନ୍ଧୀୟ ସମସ୍ତ ସୂଚନା ମିଳିବ। ଯାତ୍ରୀଙ୍କୁ ସବୁ ମାର୍ଗ ଓ ବସ ଷ୍ଟପ୍, ସବୁ ବସର ଆଗମନ ଓ ପ୍ରସ୍ଥାନ, ବସ ନମ୍ବର ସମ୍ବନ୍ଧରେ ମଧ୍ୟ ସୂଚନା ମିଳିପାରିବ।