ସେପ୍ଟେମ୍ବର ୧୫ରୁ ଦିଲ୍ଲୀରେ ଖୋଲିବ ସବୁ କଲେଜ

ନୂଆଦିଲ୍ଲୀ: କଲେଜ ଖୋଲିବା ନେଇ ଦିଲ୍ଲୀ ୟୁନିଭର୍ସିଟି ତାରିଖ ଘୋଷଣା କରିଛି। ଘୋଷଣାସ୍ୱରୂପ ସେପ୍ଟେମ୍ବର ୧୫ ତାରିଖରୁ ଦିଲ୍ଲୀ ୟୁନିଭର୍ସିଟିର ସବୁ କଲେଜରେ ପୁଣିଥରେ ଅଫଲାଇନ କ୍ଲାସ ଆରମ୍ଭ ହେବ। କିନ୍ତୁ କଲେଜ ଖୋଲିବା ପୂର୍ବରୁ ୟୁନିଭର୍ସିଟି ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। କଲେଜ ଓ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଡୋବଲ ଡେଜ୍ ଭ୍ୟାକ୍ସିନ ନେଇଥିବା ଦରକାର। କ୍ୟାମ୍ପସ ଭିତରକୁ ଏଣ୍ଟ୍ରି କରିବାକୁ ହେଲେ ଛାତ୍ର ଅତି କମରେ ଗୋଟିଏ ଡୋଜ୍ ଭ୍ୟାକ୍ସିନ ନେଇଥିବା ଜରୁରୀ। ଲ୍ୟାବ, କ୍ଲାସ ଓ ହଲରେ ସୀମିତ ସଂଖ୍ୟାରେ ଛାତ୍ରଙ୍କୁ ଅନୁମତି ମିଳିବ। ଛାତ୍ର ନିଜ ପସନ୍ଦ ଅନୁସାରେ ଅନଲାଇନ ଓ ଅଫଲାଇନ କ୍ଲାସର ଚୟନ କରିପାରିବେ। ଛାତ୍ରଙ୍କ ଉପସ୍ଥିତି ବାଧ୍ୟତାମୂଳକ ନୁହେଁ।

ସୂଚନାଯୋଗ୍ୟ, ଡିସେମ୍ବର ୬ ତାରିଖରୁ ଦିଲ୍ଲୀ ୟୁନିଭର୍ସିଟିର ଲାଇବ୍ରେରୀ ଖୋଲି ଦିଆଯାଇଛି। କଲେଜରେ ଅଫଲାଇନ କ୍ଲାସ ଭିନ୍ନ ଭିନ୍ନ ଫେଜରେ ଆରମ୍ଭ ହେବ। ଛାତ୍ର ଓ ଶିକ୍ଷକଙ୍କୁ ଗାଇଡଲାଇନ ପାଳନ କରିବାକୁ ପଡ଼ିବ।