କରୋନା ଟିକାକରଣ ୭୦ କୋଟି ଟପିଲା

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ଟିକାକରଣ ଅଭିଯାନ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହି କ୍ରମରେ ଭାରତ ମାତ୍ର ୧୩ ଦିନରେ ୧୦ କୋଟି ଲୋକଙ୍କୁ ଟିକା ଲଗାଇଛି। ସମଗ୍ର ଦେଶରେ ୭୦ କୋଟି ଲୋକଙ୍କୁ ଅତି କମରେ ପ୍ରଥମ ଡୋଜ୍ ଭ୍ୟାକ୍ସିନ ମିଳିଯାଇଛି। ସେଥିମଧ୍ୟରୁ ଏକ ଚତୁର୍ଥାଂଶ ଲୋକଙ୍କୁ ଉଭୟ ଡୋଜ୍ ଲଗାଯାଇଛି। ଅଗଷ୍ଟ ୨୫ରେ ଦେଶରେ କରୋନା ଟିକାକରଣ ୬୦ କୋଟିରେ ପହଂଚିଥିବା ବେଳେ  ୧୩ ଦିନ ପରେ ୭୦ କୋଟିରେ ପହଂଚିଛି।

ସୂଚନାଯୋଗ୍ୟ, ଦେଶରେ ଏବେ ପ୍ରତିଦିନ ୧ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଉଛି।  ଅଗଷ୍ଟ ୨୭ରେ ପ୍ରଥମଥର ପାଇଁ ୧କୋଟି ଲୋକଙ୍କୁ ଟିକା ଲଗାଯାଇଥିଲା। ପରେ ଅଗଷ୍ଟ ୩୧ରେ ୧.୪୧ କୋଟିରୁ ଅଧିକ ଲୋକଙ୍କୁ ଭ୍ୟାକ୍ସିନ ଦିଆଯାଇଥିଲା। ଆଗାମୀ ଦିନରେ  ଭ୍ୟାକ୍ସିନ ଯୋଗାଣ ବଢ଼ିଲେ ଟିକାକରଣ ଅଭିଯାନ ଆହୁରି ଦ୍ରୁତ ଗତିରେ ଆଗେଇ ଚାଲିବ।