କରୋନାରୁ ସୁସ୍ଥ ହେବା ପରେ ପ୍ରେସମିଟ୍ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରିବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ,ଏଜେନ୍ସି: କରୋନାରୁ ସୁସ୍ଥ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହାପରେ ଆଜି ପ୍ରେସମିଟ୍ କରି ନିଜ ଅନୂଭୁତି ବଖାଣିବା ସହିତ ରାଜଧାନୀ ଦିଲ୍ଲୀରେ ଏବେ କରୋନା ସ୍ଥିତି ଉପରେ ପ୍ରତିକ୍ରିୟା ରଖିଛନ୍ତି।

୭-୮ କେଜ୍ରିୱାଲ ଆଇସୋଲେସନ୍‌ରେ ରହିଥିଲେ, ଏହି ସମୟରେ ତାଙ୍କୁ ସାମନ୍ୟ ତ୍ୱର ମଧ୍ୟ ହୋଇଥିଲା ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ଏବେ ଓମିକ୍ରନ୍ ପାଇଁ ରାଜଧାନୀ ଦିଲ୍ଲୀର ସ୍ଥିତି ସଙ୍ଗୀନ ରହିଛି। ମାତ୍ର ଭୟ କରିବାର କିଛି ଆବଶ୍ୟକ ନାହିଁ ବୋଲି କେଜ୍ରିୱାଲ କହିଛନ୍ତି। ବର୍ତ୍ତମାନ ତୃତୀୟ ଲହର ସମୟରେ ମୃତ୍ୟୁ ହାର କମ୍ ରହିଛି। ଲୋକମାନଙ୍କୁ ବିଶେଷ ଭାବରେ ହସ୍ପିଟାଲ ଯିବାକୁ ପଡୁନାହିଁ।

ମାତ୍ର ଏହାର ଅର୍ଥ ଏହା ନୁହେଁ ଯେ ଆମେ ନିୟମ ମାନିବାରେ ଅବହେଳା କରିବା ଏବେ ପ୍ରତି ମୂହୂର୍ତ୍ତରେ ଦିଲ୍ଲୀବାସୀଙ୍କୁ ସଜାଗ ଓ ସତର୍କ ରହିବାକୁ ପଡିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।