ଶିଖର ଧୱନଙ୍କ ଦମଦାର ବ୍ୟାଟିଂ, ୬ ୱିକେଟରେ ଜିତିଲା ଦିଲ୍ଲୀ

ମୁମ୍ବାଇ,ଏନ୍ଏନ୍ଏସ୍: ଶିଖର ଧୱନଙ୍କ ଦମଦାର ବ୍ୟାଟିଂ ଫଳରେ ଦିଲ୍ଲୀ କ୍ୟାପିଟାଲ ପଞ୍ଜାବ କିଙ୍ଗିସକୁ ୬ ୱିକେଟରେ ହରାଇ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨୦ ଓଭରରେ ୧୯୫ ରନ କରିଥିବାବେଳେ ଦିଲ୍ଲୀ ୧୮.୨ ଓଭରରେ ୪ ୱିକେଟ ହରାଇ ମ୍ୟାଚ ଜିତିନେଇଛି। ଧୱନ ୪୯ ବଲରୁ ଦୃତତମ ୯୨ରନ କରିଥିବା ବେଳେ ପଞ୍ଜାବ ତରଫରୁ ମୟଙ୍କ ଓଗ୍ରୱାଲ ୩୬ ବଲରୁ ୬୯ ରନ କରିଥିଲେ।