ମୁମ୍ବାଇ ଇଣ୍ଡିଆନ୍ସକୁ ୪ ୱିକେଟରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ, ପରାଜୟ ସହିତ ରୋହିତଙ୍କ ସିଜିନ ଆରମ୍ଭ

ନୂଆଦିଲ୍ଲୀ,ଏଜେନ୍ସି: ଆଇପିଏଲ ୨୦୨୨ ର ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଚାରି ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ବିଜୟ ସହିତ ଦଳ ଚଳିତ ସିଜନର ଅଭିଯାନ ଆରମ୍ଭ କରିଛି। ଦିଲ୍ଲୀ ପାଇଁ ହାରିଥିବା ଯୁଦ୍ଧରେ ଅକ୍ଷର ପଟେଲ ଏବଂ ଲଲିତ ଯାଦବ ବିଜୟୀ ପାଳି ଖେଳିଥିଲେ। ଉଭୟେ ନିଜ ଦଳକୁ ଏକ ଅର୍ଦ୍ଧ ଶତକୀୟ ସହଭାଗୀତା ସହିତ ମ୍ୟାଚ୍ ଜିତିବାରେ ସାହାଯ୍ୟ କରିଥିଲେ।

ଦିଲ୍ଲୀ ୧୭୮ ରନ୍ ଟାର୍ଗେଟକୁ ପିଛା କରି ୧୦ ଟି ବଲ୍ ବାକି ଥିବା ବେଳେ ବିଜୟୀ ରନ୍ ସଂଗ୍ରହ କରି ନେଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଇଶାନ କିଶନଙ୍କ ୮୧ ଏବଂ ଅଧିନାୟକ ରୋହିତଙ୍କ ୪୧ ବଳରେ ଦିଲ୍ଲୀ ପାଇଁ ୧୭୮ ରନ୍‌ର ବିଜୟ ଲକ୍ଷ୍ୟ ସ୍ଥିର କରିଥିଲେ। ତେବେ ଦିଲ୍ଲୀ ପାଇଁ କୁଲଦୀପ ଯାଦବ ସଫଳ ବୋଲର ଭାବରେ ତିନୋଟି ୱିକେଟ ହାସଲ କରିଥିଲେ।

ଦିଲ୍ଲୀ ୧୭୮ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା। ତେବେ ପ୍ରାରମ୍ଭିକ ଟିମ୍ ସାଇଫର୍ଟ ୧୪ ବଲ୍‌ରେ ୨୨ ରନ୍ କରି ପ୍ରଥମେ ପ୍ୟାଭିଲିୟନ ଫେରିଯାଇଥିଲେ। ଅନ୍ୟ ପଟରେ ବ୍ୟାଟ୍ସମ୍ୟାନ୍ ପୃଥୀ ଶ’ କିଛି ସମୟ କ୍ରିଜ୍‌ରେ ରହି ୩୮ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ଶାର୍ଦ୍ଦୁଳ ଠାକୁ ଦ୍ରୁତ ୨୨ ରନ୍ ସଂଗ୍ରହ କରିଥିଲେ। ଶେଷରେ ଅକ୍ଷର ପଟେଲ ଏବଂ ଲଲିତ ଯାଦବ ବିଜୟୀ ପାଳି ଖେଳି ନିଜ ଦଳକୁ ଏକ ଅର୍ଦ୍ଧ ଶତକୀୟ ସହଭାଗୀତା ସହିତ ବିଜୟୀ କରିଥିଲେ।