ନଗର ବିଜେଡି ପକ୍ଷରୁ ପୌର ବିଜେତାଙ୍କୁ ସମ୍ବର୍ଦ୍ଧନା

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ନଗର ବିଜେଡି ପକ୍ଷରୁ ଆଜି ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନଗର ବିଜେଡି ସଭାପତି ଶୁକଦେବ ଭଞ୍ଜଙ୍କ ସଭାପତିତ୍ୱ ଓ ବରିଷ୍ଠ ଆଇନଜୀବୀ କାମାକ୍ଷା ପ୍ରାସାଦ ଗଙ୍ଗଦେବଙ୍କ ପରିଚାଳନାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପୌର ବିଜେତା ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ୧ ନମ୍ବର ୱାର୍ଡ କାଉନସିଲର ପ୍ରମିଳା ବେହେରା, ୨ ନମ୍ବର ୱାର୍ଡ ସଂଯୁକ୍ତା ଆଚାର୍ଯ୍ୟ, ୩ ନମ୍ବର ୱାର୍ଡ କାଉନସିଲର ବାସନ୍ତିମଣି ମାଝୀ ଓ ୫ ନମ୍ବର ୱାର୍ଡ କାଉନସିଲର ଯତୀନ ନାଏକ ପ୍ରମୁଖଙ୍କୁ ମଞ୍ଚାସିନ କରାଯାଇ ଦଳପକ୍ଷରୁ ପୁଷ୍ପ ମାଲ୍ୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ନବ ନିର୍ବାଚିତ ପୌରାଧକ୍ଷା ଶାସକ ବିପକ୍ଷ ସମସ୍ତଙ୍କୁ ନେଇ ଦେବଗଡ଼ ପୌରାଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇଥିଲେ।