ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ ଏମ୍ସରେ ଜଣେ ଯୁବକଙ୍କ ସଫଳ ଅସ୍ତ୍ରୋପଚାର କରାଯାଇ ତାଙ୍କ ଯକୃତରୁ ୨୦ ସେଣ୍ଟିମିଟର ଛୁରୀ ବାହାର କରାଯାଇଛି। ଦେଢମାସ ଧରି ଏହି ଯୁବକଙ୍କ ଯକୃତରେ ଛୁରୀଟି ପଶି ରହିଥିଲା। ଏମ୍ସର ଡାକ୍ତରମାନେ ୩ ଘଣ୍ଟାର ସଫଳ ଅସ୍ତ୍ରୋପଚାର କରି ଛୁରୀଟିକୁ ବାହାର କରିଛନ୍ତି। ଏଭଳି ଘଟଣା ପ୍ରଥମ ବୋଲି କହିଛନ୍ତି ଅସ୍ତ୍ରୋପଚାର କରୁଥିବା ଡାକ୍ତର। ଯୁବକ ଜଣଙ୍କର ପେଟରେ ଭୀଷଣ ଯନ୍ତ୍ରଣା ହେବାରୁ ତାଙ୍କର ଏକ୍ସ-ରେ କରାଯିବାରୁ ତାଙ୍କ ଯକୃତରେ ଛୁରୀ ରହିଥିବା ଜଣାପଡିଥିଲା। ବର୍ତ୍ତମାନ ରୋଗୀଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ଡାକ୍ତରମାନେ କହିଛନ୍ତି। ରିପୋର୍ଟ ଅନୁଯାୟୀ, ହରିୟାଣାର ଏହି ୨୮ ବର୍ଷ ବୟସ୍କ ଯୁବକ ନିଶା ସେବନ କରନ୍ତି। ଘଟଣା ଦିନ କୌଣସି ନିଶାଦ୍ରବ୍ୟ ନପାଇବାରୁ ସେ ଛୁରୀ ଗିଳି ଦେଇଥିଲେ। ପରେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ଡାକ୍ତରଖାନାରେ ପହଞ୍ôଚଥିଲେ। ଏକ୍ସ-ରେ କରାଯିବାରୁ ଯକୃତରେ ଛୁରୀ ରହିଥିବା ଜଣାପଡିବା ପରେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ସର୍ଜନ ଡାକ୍ତର ଏନ୍ଆର ଦାସଙ୍କ ତତ୍ୱାବଧାନରେ ଅସ୍ତ୍ରୋପଚାର କରାଯାଇଥିଲା।