ହିମାଚଳ ସୀମାରେ ସଡକ ନିର୍ମାଣ କରୁଛି ଚୀନ

ନୂଆଦିଲ୍ଲୀ, ଏଜେନ୍ସି: ପ୍ରକୃତ ନିୟନ୍ତ୍ରଣ ରେଖା ନିକଟ ଲଦାଖରେ ଚୀନ-ଭାରତ ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଲାଗି ରହିଥିଲାବେଳେ ହିମାଚଳ ପ୍ରଦେଶ ସୀମାରେ ଚୀନ ବେଆଇନ ନିର୍ମାଣ କାର୍ଯ୍ୟ କରିଥିବା ଜଣାପଡିଛି। ଚୀନ ହିମାଚଳ ସୀମାକୁ ଲାଗି ୨୦ କିମି ଲମ୍ବା ସଡକ ନିର୍ମାଣ କରିଛି। କିନ୍ନୋର ଜିଲ୍ଲାର ଶେଷ ସୀମାବର୍ତ୍ତୀ ଗ୍ରାମ କୁନ୍ନଚାରଙ୍ଗ ଗ୍ରାମ ନିକଟରେ ଏହି ରାସ୍ତା ନିର୍ମାଣ ହୋଇଛି। ଏହି ଅଞ୍ଚଳ ଉପରେ ନଜର ରଖିବା ପାଇଁ ପ୍ରତିଦିନ ରାତିରେ ଚୀନ ସେଠାକୁ ଡ୍ରୋନ ପଠାଉଛି ବୋଲି ଗ୍ରାମବାସୀମାନେ କହିଛନ୍ତି। ସ୍ଥାନୀୟ ପୁଲିସ ମଧ୍ୟ ଚୀନ ଡ୍ରୋନ ସୀମାବର୍ତ୍ତୀ ଗ୍ରାମ ନିକଟରେ ଦେଖିବାକୁ ମିଳିଥିବା ସ୍ୱୀକାର କରିଛି।