Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଧର୍ମ ପରିବର୍ତ୍ତନ କାର୍ଯ୍ୟକ୍ରମ ବିବାଦ, ଇସ୍ତଫା ଦେଲେ କେଜ୍ରିୱାଲଙ୍କ ମନ୍ତ୍ରୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଧର୍ମ ପରିବର୍ତ୍ତନ କାର୍ଯ୍ୟକ୍ରମ ବିବାଦ, ଇସ୍ତଫା ଦେଲେ କେଜ୍ରିୱାଲଙ୍କ ମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀପଦରୁ ଇସ୍ତଫା ଦେଲେ ରାଜେନ୍ଦ୍ର ପାଲ୍‌ ଗୌତମ । ଦିଲ୍ଲୀରେ ଏକ ଧର୍ମ ପରିବର୍ତ୍ତନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଜେନ୍ଦ୍ର ପାଲ୍‌ ଗୌତମ । ଏହାପରେ ବିଜେପି ପକ୍ଷରୁ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଧାରଣା ପ୍ରଦର୍ଶନ କରାଯାଉଥିଲା । ବର୍ତ୍ତମାନ ସାମାଜିକ ସୁରକ୍ଷା ଓ ବିକାଶ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

ଦିଲ୍ଲୀରେ ଏକ ସାମୁହିକ ଧର୍ମ ପରିବର୍ତ୍ତନ ସମାରୋହରେ ଯୋଗଦେଇଥିଲେ ରାଜେନ୍ଦ୍ର ପାଲ୍‌ ଗୌତମ । ଏହି ସମାରୋହରେ ଅନେକ ଲୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ଏହି ସମାରୋହରେ ହିନ୍ଦୁଧର୍ମର ଦେବାଦେବୀଙ୍କୁ ଅପମାନିତ କରାଯାଇଥିବା ବିଜେପି ଅଭିଯୋଗ କରିଥିଲା । ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା । ଏହାପରେ ବିଜେପି ପକ୍ଷରୁ ଉଭୟ ରାଜେନ୍ଦ୍ର ପାଲ୍‌ ଗୌତମ ଓ ଆପ୍‌ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଗତ ଅକ୍ଟୋବର ୫ ତାରିଖରେ ଏହି ସମାରୋହର ଆୟୋଜନ ହୋଇଥିଲା । ଯେଉଁଥିରେ ଶତାଧିକ ଲୋକେ ବୌଦ୍ଧ ଗ୍ରହଣ କରିଥିଲେ । ସେମାନଙ୍କୁ ହିନ୍ଦୁ ଧର୍ମର ଦେବାଦେବୀଙ୍କୁ ପୂଜାର୍ଚ୍ଚନା ନକରିବା ପାଇଁ ସେମାନଙ୍କଠାରୁ ସାମୁହିକ ଶପଥ ଗ୍ରହଣ କରାଯାଇଥିଲା । ତେବେ ବିବାଦ ଉଠିବା ପରେ କ୍ଷମା ପ୍ରାର୍ଥନା କରିଛନ୍ତି ମନ୍ତ୍ରୀ ରାଜେନ୍ଦ୍ର ପାଲ୍‌ ଗୌତମ ।

ସେ କହିଛନ୍ତି, “ବିଜେପି ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛି । ଏଭଳି ପ୍ରୋପଗାଣ୍ଡା ଦ୍ବାରା ଯେକୌଣସି ବ୍ୟକ୍ତି ଆହତ ହେବେ । ମୁଁ ଚାହୁଁନି ଯେ ମୋ ପାଇଁ ମୋର ନେତା ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉ । ମୁଁ ମୋର ଦଳର ଜଣେ ସଚ୍ଚା ସିପାହୀ । ମୁଁ ମୋର ସାରା ଜୀବନ ବାବା ସାହେବ ଆମ୍ବେଦକର ଓ ଗୌତମ ବୁଦ୍ଧଙ୍କ ଆଦର୍ଶରେ ଚାଲିବି ।”

ରାଜେନ୍ଦ୍ର ପାଲ୍‌ ଗୌତମଙ୍କ ବିରୋଧରେ ଆଇପିସି ଧାରା ୧୫୩ଏ ଓ ୧୫୩ବି ଅନୁସାରେ ସଂସଦ ମାର୍ଗ ଥାନାରେ ଏତଲା ଦେଇଛନ୍ତି ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା । ତାଙ୍କ ଗିରଫଦାରୀ ପାଇଁ ସେ ଦାବି କରିଥିଲେ । ବିଜେପିର କହିବାନୁସାରେ ମନ୍ତ୍ରୀଙ୍କ ଉପସ୍ଥିତିରେ ଧର୍ମ ପରିବର୍ତ୍ତନ ହେବା ଦ୍ବାରା ଏହା ସମାଜ ଉପରେ ଏକ ନକରାତ୍ମକ ପ୍ରଭାବ ପକାଇପାରେ । ଏହା ଅସାମାଜିକ କାର୍ଯ୍ୟକୁ ମଧ୍ୟ ପ୍ରୋତ୍ସାହିତ କରିବ ।

ଆମ୍ବେଦକର ଭବନରୁ ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଭାଇରାଲ ଭିଡ଼ିଓରେ କିଛି ଲୋକ ଧର୍ମ ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳିଥିଲା । ଧର୍ମ ପରିବର୍ତ୍ତନ କରୁଥିବା ଲୋକେ ହିନ୍ଦୁ ଦେବାଦେବୀଙ୍କୁ ପୂଜା ନ କରିବାକୁ ଶପଥ ଗ୍ରହଣ କରୁଥିଲେ । ଦାବି କରାଯାଇଥିଲା ଯେ ଭିଡିଓରେ ଧର୍ମ ପରିବର୍ତ୍ତନ କରୁଥିବା ଲୋକଙ୍କ ମଧ୍ୟରେ ମନ୍ତ୍ରୀ ଗୌତମ ମଧ୍ୟ ସାମିଲ ରହିଛନ୍ତି ।