ବିଜେପିରେ ମିଶିଲେ ନାଏବ ସରପଞ୍ଚଙ୍କ ସମେତ ୭ ୱାର୍ଡ ମେମ୍ବର

ଦେବଗଡ଼,ଏନ୍ଏନ୍ଏସ୍: ଆଜି ତିଲେଇବଣି ବ୍ଲକ କଲଣ୍ଡା ପଞ୍ଚାୟତର ନାଏବ ସରପଞ୍ଚଙ୍କ ସମେତ ୭ ଜଣ ୱାର୍ଡମେମ୍ବର ଓ ଅନ୍ୟ କେତେକ ଯୁବକ ବିଜେପିରେ ମିଶିଛନ୍ତି। ଅପରାହ୍ଣରେ ଦେବଗଡ଼ ରାଜବାଟିରେ ଅନୁଷ୍ଠିତ ମିଶ୍ରଣପର୍ବରେ କଲଣ୍ଡା ପଞ୍ଚାୟତର ନାଏବ ସରପଞ୍ଚ ମାର୍କଣ୍ଡେୟ ନନ୍ଦ, ବୀଣା ପାତ୍ର, ଝିଲି ପାତ୍ର, ଦର୍ପଣୀ ଦଦରା, ପରମେଶ୍ୱର ବାଘ, ରେବତୀ ଭୋଈ, ସନ୍ଧ୍ୟାରାଣୀ ସାହୁ ପ୍ରମୁଖ ବିଜେପିରେ ଯୋଗଦାନ କରିଥିଲେ। ସେମାନଙ୍କ ବ୍ୟତୀତ କଲଣ୍ଡା ପଞ୍ଚାୟତର ରାଜେଶ ପାତ୍ର, ସ୍ୱରାଜ ପାତ୍ର, ଭଞ୍ଜ ବାଘ ମଧ୍ୟ  ଯୋଗଦାନ କରିଥିଲେ। ସେମାନଙ୍କୁ ସମ୍ବଲପୁର ଲୋକସଭା ସଦସ୍ୟ ନିତେଶ ଗଙ୍ଗଦେବ ସ୍ୱାଗତ କରିଥିଲେ। ଏଥିରେ ଶ୍ରୀ ଗଙ୍ଗଦେବଙ୍କ ପ୍ରତିନିଧି ଯୋଗେଶ ଚନ୍ଦ୍ର ପ୍ରଧାନ, ବିଜେପି କର୍ମୀ ଦିଲ୍ଲୀପ ଗଙ୍ଗଦେବ,ବିରଞ୍ଚି ନାରାୟଣ ନନ୍ଦ, ସୁନୀଲ କୁମାର ବର୍ମା ଓ ମୁନା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।