ଟିଟିଲାଗଡ଼,ଏନ୍ଏନ୍ଏସ୍: ଟିଟିଲାଗଡ଼ ଥାନା ଅନ୍ତର୍ଗତ ରେହେନଭଟା ଗ୍ରାମ ନିକଟସ୍ଥ ଟିଟିଲାଗଡ଼ ବଲାଙ୍ଗୀର ରାସ୍ତାକଡ଼ରେ ଆଜି ପୁଲିସ ଏକ ମୃତଦେହ ଉଦ୍ଧାର କରିଛି । ମୃତଦେହ ନିକଟରେ ଏକ ବାଇକ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି । ମୃତକ ଜଣକ ହେଲେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ପିଟାପଡ଼ାର ସୁରେଶ ଘିବେଲାଙ୍କ ପୁଅ ନଟୁ ଘିବେଲା(୨୩) । ଗତକାଲି ସନ୍ଧ୍ୟାରେ ନଟୁ ଏକ ବାଇକରେ ଗଁରେଇ ଗ୍ରାମକୁ ପିନ୍ଧାଣି କାମରେ ଯାଉଛି ବୋଲି କହିଥିଲେ । ହେଲେ ଆଜି ସକାଳୁ ରାସ୍ତାକଡ଼ରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏନେଇ ଟିଟିଲାଗଡ଼ ଥାନା ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।