ନୂଆଦିଲ୍ଲୀ: ଆଜିର ବ୍ୟସ୍ତବହୁଳ ଜୀବନରେ ନିଜକୁ ଫିଟ ରଖିବା ପାଇଁ ସମସ୍ତେ ବହୁତ କିଛି କରୁଛନ୍ତି । କିନ୍ତୁ ଜଣେ ବ୍ୟକ୍ତି ଅଛନ୍ତି ଯିଏକି ଏମିତି କିଛି କରିଛନ୍ତି ଯାହାକି କଳ୍ପନା କରିହେବ ନାହିଁ । ବାଲକୃଷ୍ଣନ ନାମକ ଜଣେ ବ୍ୟକ୍ତି ଗ୍ୟାସଟ୍ରୋଇସୋଫେଗଲ ରିଫ୍ଲକ୍ସ ରୋଗ ଯୋଗୁ ଏକ ବଡ଼ ନିଷ୍ପତ୍ତି ନେଇଥିଲେ । ବାଲକୃଷ୍ଣନ ନିଜକୁ ଏହି ରୋଗରୁ ଠିକ ରଖିବା ପାଇଁ ୨୪ ବର୍ଷ ହେବ କେବଳ ପଈଡ଼଼ ପାଣି ପିଇ ବଞ୍ଚିଛନ୍ତି । ଖାଦ୍ୟ ନାଁରେ କେବଳ ନଡ଼ିଆ ଖାଆନ୍ତି । ଏନେଇ ଅଭିନେତ୍ରୀ ସେନାଜ ଟ୍ରେଜରୀ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ସୂଚନା ପ୍ରଦାନ କରିଛନ୍ତି ।
ଉକ୍ତ ଭିଡିଓରେ ବାଲକୃଷ୍ଣନ କହୁଛନ୍ତି ଯେ, ମୁଁ ଯେତେବେଳେ ଏହି ରୋଗ ସମ୍ବନ୍ଧରେ ଜାଣିଲି ନିଜକୁ ଠିକ୍ କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲି । ନିଜ ରୋଗର ଚିକିତ୍ସା ପାଇଁ ମୁଁ କେବଳ ପଈଡ଼ ପାଣି ପିଇବା ସହ ନଡ଼ିଆ ଖାଇଲି । ନଡ଼ିଆ ଖାଇବା ଦ୍ୱାରା ମୋ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଲା । କାରଣ ନଡ଼ିଆରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ସୋଡ଼ିୟମ ଓ ପୋଟାସିୟମ ଭଳି ଖଣିଜ ପଦାର୍ଥ ରହିଛି । ନଡ଼ିଆ ଖାଇବାରୁ ମୋତେ ଶକ୍ତି ମିଳିବା ସହ ମୁଁ ଏବେ ସମ୍ପୂର୍ଣ୍ଣ ରୂପେ ଫିଟ୍ ରହିଛି । ଆଉ କେବଳ ନଡ଼ିଆ ହିଁ ଖାଉଛି ।