ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟୁ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଡୁମାଲପଡ଼ା ରେଲୱେ ଲାଇନ ନିକଟରେ ଥିବା ଏକ ପୋଲ ତଳେ ଯୁବକଙ୍କ ମୃତଦେହ ବଲାଙ୍ଗିର ଜିଆରପିଏସ ପୁଲିସ ଉଦ୍ଧାର କରିଛି ।  ମିଳିଥିବା ରିପୋର୍ଟ ମୁତାବକ, ଯୁବକ ଜଣକ ବିଳମ୍ୱିତ ରାତିରେ ଟ୍ରେନରେ ଝାଡ଼ଖଣ୍ଡରୁ ବିଜୟୱାଡ଼ାକୁ ଯାଉଥିବାବେଳେ ଡୁମାଲପଡ଼ା ରେଲୱେ ଲାଇନ ନିକଟରେ ଖସି ପଡ଼ିବାରୁ ମୃତ୍ୟୁ ଘଟିଛି । ଯୁବକ ଜଣକ ଧଳା ରଙ୍ଗର ସାର୍ଟ ଓ କଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଥିବାବେଳେ ମୁଣ୍ଡରେ ଗଭୀର ଆହତ ହେବାରୁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପରିଚୟ ମିଳିପାରି ନାହିଁ । ଘଟଣା ସମ୍ପର୍କରେ ବଲାଙ୍ଗିର ଜିଆରପିଏସ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।