କୋଲାବ୍ ଜଳ ଭଣ୍ଡାରରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

କୋରାପୁଟ,ଏନ୍ଏନ୍ଏସ୍: ଉପର କୋଲାବ୍ ଜଳ ଭଣ୍ଡାରର ବୋରଗୁଡ଼ା ନିକଟରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ କୋରାପୁଟ ଟାଉନ୍ ଥାନା ପଣପୁଟ ଗ୍ରାମର ରୁବି ଖାଲପାଡ଼ିଆ(୧୯) ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ, ମୃତ ରୁବି ଗତ କିଛି ମାସ ହେଲା ବୋରଗୁଡ଼ାରେ ଥିବା ଜଣେ ସମ୍ପର୍କୀୟଙ୍କ ଘରେ ରହୁଥିଲେ। ମଙ୍ଗଳବାରରୁ ସେ ନିଖୋଜ ଥିବାବେଳେ ଶୁକ୍ରବାର ସକାଳେ ରୁବିର ମୃତଦେହ କୋଲାବ ଜଳ ଭଣ୍ଡାରରେ ଭାସୁଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀ ପୁଲିସକୁ ଖବର ଦେବା ପରେ କୋରାପୁଟ ଟାଉନ୍ ଥାନା ଓ ଡୁମୁରିପୁଟ ଫାଣ୍ଡି ପୁଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ରୁବିକୁ ହତ୍ୟା କରାଯାଇ ଜଳ ଭଣ୍ଡାରରେ ଫିଙ୍ଗି ଦିଆଯାଇଥିବା ସମ୍ପର୍କୀୟମାନେ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିିଛି।