ଓଡ଼ଗାଁରେ ଦୁର୍ଘଟଣା ଶଶୁର ମୃତ, ଜ୍ୱାଇଁ ଗୁରୁତର

ନୟାଗଡ଼,ଏନ୍ଏନ୍ଏସ୍: ନୟାଗଡ଼ ଜିଲ୍ଲା ଓଡ଼ଗାଁ ନିକଟସ୍ଥ ଗୋଡ଼ିପଲ୍ଳୀ ଭୂୟାଁଣୀ ହୋଟେଲ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଶ୍ୱଶୁର ରଂଜନ କୁମାର ସାହୁଙ୍କ ମୃତ୍ୟୁ ଘଟିଥିବା ବେଳେ ଜ୍ୱାଇଁ ଶିବ ପ୍ରସାଦ ସେନାପତି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁସାରେ, ଆଜି ଉଭୟ ଭଞ୍ଜନଗରରୁ ନୟାଗଡ଼ ରାସ୍ତାରେ ଏକ ଲାଲ ରଙ୍ଗର କାର୍ (ଓଡି-୦୨ଏଏମ୍-୨୯୪୨)ରେ ଜଗତସିଂହପୁର ଯାଇ ଫେରୁଥିଲେ। ଏହି ସମୟରେ କାରଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା

ଖାଲି ଜମିକୁ ଓଲଟି ପଡ଼ିଥିଲା। ଫଳରେ ଉଭୟେ କାର ଭିତରେ ଚାପି ହୋଇ ରହିଥିଲେ। ପରେ ସ୍ଥାନୀୟ ଲୋକେ ସେଠାରୁ ତାଙ୍କୁ ଉଦ୍ଧାର କରି ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ହସ୍ପିଟାଲରେ ଡାକ୍ତର ଶଶୁର ରଂଜନ କୁମାର ସାହୁଙ୍କୁ ମୃତ ଘୋଷଣା କରିଛନ୍ତି। ସେହିପରି ଜ୍ୱାଇଁ ଶିବ ପ୍ରସାଦଙ୍କ ଚିକିତ୍ସା ଚାଲିଥିବା ବେଳେ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚିଥିବା ଜଣାଯାଇଛି। ଉଭୟ ଶଶୁର ଜ୍ୱାଇଁ ଜଗସିଂହପୁର ଜିଲ୍ଲା ରାହାମା ଅଞ୍ଚଳର ବୋଲି ଜଣାପଡ଼ିଛି।