ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ଯୁବକଙ୍କ ଜୀବନ

କୁଆଁପାଳ,ଏନ୍ଏନ୍ଏସ୍: ଆଜି ଭଦ୍ରେଶ୍ୱର ଫାଣ୍ଡି ଅନ୍ତର୍ଗତ ସାହାନିଆଜପୁର ଗ୍ରାମର ଅକ୍ଷୟ ସୂତାରଙ୍କ ପୁତ୍ର ନିହାର ସୁତାର(୨୬) ବାଇକ ଯେଗେ ଡେରାବିଶ ଅଞ୍ଚଳକୁ ଯାଉଥିଲେ। ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଅଟୋ ରିକ୍ସା ମାହାଙ୍ଗା ଓ ଡେରାବିଶ ବ୍ଲକର ସୀମାବର୍ତ୍ତୀ ଅଞ୍ଚଳ ମୁଣ୍ଡିଲୋ ଠାରେ ଧକ୍କା ହୋଇଥିଲା। ଅଟୋ ଧକ୍କା ଫଳରେ ଘଟଣାସ୍ଥଳରେ ନିହାରଙ୍କ ମୃତ୍ୟୁ ଘଟିଥିଲା।

ଖବରପାଇ ଭଦ୍ରେଶ୍ୱର ଫାଣ୍ଡି ଅଧିକାରୀ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ। ପରେ ସେ ତତକ୍ଷଣାତ୍ ଡେରାବିଶ ପୁଲିସକୁ ସୂଚନା ଦେଇଥିଲେ। ଯୁବକ ଜଣଙ୍କ ଗାଡିରେ ଯାଉଥିବା ସମୟରେ ହଲମେଟ୍ ପିନ୍ଧିନଥିବାରୁ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଡେରାବିଶ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ସେ ନେଇ ତଦନ୍ତ ଜାରି ରଖିଛି।