ଆଇଟିଆର ଏବଂ ଅନ୍ୟ କର ଦାଖଲ ସମୟସୀମାରେ ବୃଦ୍ଧି

ନୂଆଦିଲ୍ଲୀ,ଏଜେନ୍ସି: ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ଦାତାଙ୍କ କର ଦାଖଲ ସମୟସୀମାକୁ ପୁଣି ବୃଦ୍ଧି କରିଛନ୍ତି। କରୋନା ଭୂତାଣୁ ଯୋଗୁଁ ୨୦୧୯-୨୦ ଆର୍ଥିକ ବର୍ଷର ଟିକସ ଭରିବା ସମୟକୁ ପୁଣି ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି।

ଆୟକର ନିୟମ ୧୯୬୧, ଅନୁସାରେ ଜୁଲାଇ ୩୧, ୨୦୨୦ ଟ୍ୟାକ୍ସ ରିଟର୍ଣ୍ଣ କରିବାର ଶେଷ ତାରିଖ। କିନ୍ତୁ କରୋନା କଟକଣା ଯୋଗୁଁ ଏହାକୁ ବୃଦ୍ଧି କରାଯାଇଛି।

ସେହିପରି କେନ୍ଦ୍ର ପକ୍ଷରୁ ଆଇଟିଆର ଫାଇଲ କରିବା ପାଇଁ ସମୟସୀମାକୁ ନଭେମ୍ବର ୩୦କୁ ବୃଦ୍ଧି କରାଯାଇଛି। ଏଥିସହିତ ଯେଉଁମାନେ ସେମାନଙ୍କ ଆକାଉଣ୍ଟକୁ ଅଡିଟ କରିବାକୁ ଆବଶ୍ୟକ କରନ୍ତି) ସେମାନଙ୍କ ପାଇଁ ଆଇଟିଆର ଫାଇଲ କରିବାର ତାରିଖ ଜାନୁଆରୀ ୩୧, ୨୦୧୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।