ଭୁବନେଶ୍ୱରରେ ପୁଣି ଚାଞ୍ଚଲ୍ୟ, ଭଙ୍ଗା ଘରୁ ମିଳିଲା ଯୁବକଙ୍କ ମୃତଦେହ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନୟାପଲ୍ଲୀ ସ୍ଥିତ ଜଣେ ଯୁବକଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ଏକ ଭଙ୍ଗା ଘରୁ ଉଦ୍ଧାର କରାଯାଇଛି। ଆଜି ସକାଳୁ ବିଜୁ ପଟ୍ଟନାୟକ କଲେଜ ନିକଟ ଏକ ଭଙ୍ଗା ଘରୁ ପୁଲିସ ଏହି ମୃତଦେହକୁ ଉଦ୍ଧାର କରିଛି।

ଉକ୍ତ ଭଙ୍ଗା ଘରେ ମୃତକ ଜଣକ ହାତକୁ ଟେକି ପଡିଥିବାର ଲୋକେ ଦେଖିବାକୁ ପାଇଥିଲେ। ଲୋକେ ଏହାକୁ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଯୁବକଙ୍କୁ କେହି ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି । ମୃତକ ଜଣକ ହେଉଛନ୍ତି ଶାନ୍ତନୁ ପରିଡା। ମୃତକଙ୍କ ପାଖରୁ ଗୋଟିଏ ହୋଣ୍ଡା ଆକ୍ଟିଭା ଜବତ ହୋଇଛି।

ସୂଚନା ଅନୁସାରେ ଶାନ୍ତନୁ ଗତକାଲି ରାତିରେ କାହାକୁ ଟଙ୍କା ଦେବାକୁ ଘରୁ ବାହାରକୁ ଆସିଥିଲେ। ମାତ୍ର ଆଉ ଘରକୁ ଫେରିନଥିଲେ। ତାଙ୍କ ସ୍ତ୍ରୀ ସକାଳୁ ଫୋନ କରିଥିଲେ। ହେଲେ ଶାନ୍ତନୁ ଫୋନ ଉଠାଇନଥିଲେ। ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସ୍ତ୍ରୀ ଜାଣିବାକୁ ପାଇଥିଲେ।