ବ୍ରାହ୍ମଣି ନଦୀରୁ ଯୁବକର ମୃତଦେହ ଉଦ୍ଧାର

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଦେଇ ପ୍ରବାହିତ ହେଉଥିବା ବ୍ରାହ୍ମଣି ନଦୀ ମଧ୍ୟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣଙ୍କ ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦୀପୋଷି ଥାନା ଅନ୍ତର୍ଗତ ଲୁଧୁଣି ଗ୍ରାମର ସୁଶାନ୍ତ ମୁଣ୍ଡା। ଗତ ଗୁରୁବାର ଦିନ ଠାରୁ ନଦୀକୁ ଗାଧେଇବାକୁ ଯାଇ ନିଖୋଜ ଥିଲେ। ବାରକୋଟ ଥାନା ପୁଲିସ ଅଗ୍ନିଶମ ବାହିନୀ ସହାୟତାରେ ମୃତଦେହ ଉଦ୍ଧାର କରିଛି। ପରିବାର ଲୋକ ଶବକୁ ଚିହ୍ନଟ କରିବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।