ଘରୁ ଡାକିନେଇ ମାରିଦେଲେ

ମାଲକାନଗିରି, ଏନ୍ଏନ୍ଏସ୍: ଗୁଣି ଗାରେଡି ସନ୍ଦେହରେ ଘରୁ ଡାକିନେଇ ଜଣକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମାଲକାନଗିରି ଜିଲ୍ଲା ପଡିଆଥାନା କାଲଡାପିଲି ଅଞ୍ଚଳରେ ଏହି ଘଟଣା ଘଟିଛି। ପ୍ରମାଣନଷ୍ଟ ପାଇଁ ମୃତ ଦେହକୁ ପୋଡିଦେଇଛନ୍ତି ହତ୍ୟାକାରୀ। ପରିବାର ଲୋକଙ୍କ ଅଭିଯୋଗ ପରେ ଘଟଣାସ୍ଥଳରେ ପହଞ୍ଚିଛି ପଡିଆ ପୁଲିସ।