ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି,ଏନ୍ଏନ୍ଏସ୍: ପ୍ରେମ ବ୍ୟାପାରକୁ ନେଇ ଜଘନ୍ୟ ହତ୍ୟା। ଏପରି ଏକ ହୃଦୟ ବିଦାରକ ଘଟଣା ଆଜି କଣ୍ଟାବାଞ୍ଜି ଅଞ୍ଚଳରେ ଦେଖିବାକୁ ମିଳିଛି। କଣ୍ଟାବାଞ୍ଜି ପମ୍ପୂ ତଲାବ ପାଖ ରେଳ ଲାଇନରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଉଛନ୍ତି ରାମନଗରପଡାର ଆନନ୍ଦ ତାଣ୍ଡି। ଷଡଯନ୍ତ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।