ରେଳ ଧାରଣାରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ବେଲପହାଡ ଫାଟକ ନିକଟସ୍ଥ ରେଳଧାରଣାରୁ ଜଣେ ବୃଦ୍ଧଙ୍କ ମତଦେହ ଉଦ୍ଧାର ହୋଇଛି। ମୃତ ବୃଦ୍ଧ ଜଣକ ରେମଣ୍ଡା ଗ୍ରାମର ଚୈତନ୍ୟ କଣ୍ଟା(୬୬) ବୋଲି ରେଳବାଇ ପୁଲିସ ସୂଚନା ଦେଇଛି। ସୂଚନା ଅନୁଯାୟୀ, ଚୈତନ୍ୟ ଆଜି ସକାଳେ ଫାଟକ ପାରିହେଉଥିବା ସମୟରେ ଏକ ମାଲବୋଝେଇ ଟ୍ରେନ ଧକ୍କାରେ ପ୍ରାଣ ହରାଇଥିଲେ। ଖବରପାଇ ରେଳବାଇ ପୁଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।