ପୁଣି ୪୩ ପଜିଟିଭ ଚିହ୍ନଟ, ୮୦୦ ପାର୍ ହେଲା ଆକ୍ରାନ୍ତଙ୍କ ସଂଖ୍ୟା

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡାରେ ଆଜି ପୁଣି ୪୩ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି। ସେମାନଙ୍କ ମଧ୍ୟରେ ଝାରସୁଗୁଡା ପୌରପରିଷଦ ଅଞ୍ଚଳରୁ ୨୦ ଜଣ, ବେଲପାହାଡ଼ ପୌରପରିଷଦରୁ ୨ ଜଣ, ବ୍ରଜରାଜନଗର ପୌରପରିଷଦ ଅଞ୍ଚଳରୁ ୭ ଜଣ, ଝାରସସୁଗୁଡା ବ୍ଲକରୁ ୭ ଜଣ, ଲଖନପୁର ବ୍ଲକ ଅଞ୍ଚଳରୁ ୩ ଜଣ, ଲଇକେରା ବ୍ଲକରୁ ୨ ଜଣ, କିର୍ମିରା ବ୍ଲକରୁ ୨ ଜଣ ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ଇନ୍ଷ୍ଟିଚ୍ୟୁସନାଲ କ୍ୱରେଣ୍ଟାଇନରେ ଥିବାବେଳେ ୩୮ ଜଣ ହୋମ କ୍ୱାରେଣ୍ଟାଇନରେ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧୧କୁୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୫୦୭ ଜଣ ସୁସ୍ଥ ହୋଇଥିବାବେଳେ ୩୦୩ ଜଣଙ୍କ ଚିକିତ୍ସା ଜାରି ରହିଛି ଏବଂ ଜଣେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।