ବ୍ରିଜତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ା ଥାନା ସଦର ମହକୁମା ନିକଟସ୍ଥ ଇନ୍ଦ୍ରାବତୀ ଓସିସି ବ୍ରିଜ୍ ତଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଲେ ଖାତିଗୁଡ଼ା ଗାଁର ଉଦୟନାଥ ପ୍ରଧାନୀ। ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଉଦୟନାଥ ଘରୁ ବାହାରି କେଉଁ ଆଡ଼େ ଚାଲି ଯାଇଥିଲେ। ଆଜି ସକାଳେ ଇନ୍ଦ୍ରାବତୀ ଓସିସି ବ୍ରିଜ ତଳେ ତାଙ୍କର ମୃତଦେହ ପଡିଥିବା ଦେଖି ସ୍ଥାନୀୟଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଶବ ଜବତକରି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ମୃତକଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।