କୁଅ ଭିତରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କୁଚିଲାପଡା ଗ୍ରାମ ନିକଟରୁ ଏକ କୁଅରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। କୁଅ ଭିତରେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ଓ ପାଟଣା ଅଗ୍ନିଶମବାହିନୀ ପହଁଚି କୂଅ ଭିତରକୁ ମୃତଦେହ ଉଦ୍ଧାର କରିଛନ୍ତି । ମୃତ ଯୁବକ ହେଲେ ଡେଣୁଆଁ ଗ୍ରାମର କାଠିଆ ମୁଣ୍ଡା।