କେନ୍ଦୁଝର ଥାନା ଛକରୁ ୪ଲକ୍ଷ ୫୦ ହଜାର ଲୁଟ

କେନ୍ଦୁଝର,ଏନଏନଏସ: କେନ୍ଦୁଝର ଥାନା ଛକରେ ଥିବା ଏକ ଷ୍ଟୁଡିଓ ରେ ଫୋଟୋ ଉଥାଉଥିବାବେଳେ ବାଇକ ଡିକି ଭାଙ୍ଗି ୪ ଲକ୍ଷ ୫୦ ହଜାର ଟଙ୍କା ଲୂଟ ହୋଇଥିବା ଅଭିଯୋଗ ହୋଇଛି। ଢେଙ୍କିକୋ ସାନ୍ତରାପୁରର ଅଫସର ଖାନ ତାଙ୍କ ବାପାଙ୍କ ସହ କେନ୍ଦୁଝର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରୁ ୪୫୦୦୦୦ ଟଙ୍କା ଉଠାଇ ସ୍କୋଟି ଡିକିରେ ରଖି ଥାନା ଛକରେ ଥିବା ଇ୧.ଷ୍ଟୁଡିଓ ରେ ଫୋଟୋ ଉଠାଇଥିଲେ । ଫୋଟୋ ଉଠାଇସାରି ସରକାରୀ ବସ ଷ୍ଟାଣ୍ଡ ନିକଟ ଏକ ଫଳ ଦୋକାନରୁ ପଇଡ ପି ଆଉ ଗୋଟିଏ ପଇଡ ଡିକିରେ ରଖିବାକୁ ଆସିବାବେଳେ ଅଫସର ଖାନ ଙ୍କ ବାଇକ ଡିକି ଖୋଲା ଥିଲା। ଦେଖିବାବେଳେ ବାଇକରେ ସେ ରଖିଥିବା ଟଂକାଭର୍ତି ବ୍ୟାଗ ନଥିଲା। ଏ ସମ୍ପର୍କରେ ସେ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି।ପୋଲିସ ଏ ସମ୍ପର୍କରେ ତଦନ୍ତ ଚଳାଇଛି । ତେବେ ଷ୍ଟୁଡିଓ ସମ୍ମୁଖରେ ଥିବା ଏକ ଏଲେକ୍ଟ୍ରୋନିକ ଦୋକାନର ସି ସି ଟିଭି ଯାଞ୍ଚ କଲେ ସବୁ ଜଣାପଡିବ ବୋଲି କୁହାଯାଉଛି। ଏହି ଘଟଣା ଜଣା ପଡିବାପରେ ସହରରେ ଚାଂଞ୍ଚଲ୍ୟ ଖେଳି ଯାଇଛି । ପୋଲିସ କୁ ଏବାବଦ ରେ ପଚାରିବାରୁ ଅନୁଧ୍ୟାନ ଚାଲିଥିବା କହିଛନ୍ତି।