ଗଧୋଇବାକୁ ଯାଇ ଫେରିନଥିଲେ, ଆଜି ମିଳିଲା ମୃତଦେହ

ମାଲକାନଗିରି ,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସଦର ବ୍ଲକ ସେରପାଲ୍ଲୀ ପଞ୍ଚାୟତ ପଦରାପାଲ୍ଲୀ ଗ୍ରାମରେ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପଦରାପାଲ୍ଲୀ ଗ୍ରାମର ଉଙ୍ଗା ମାଡକାମି (୬୫) ଗତକାଲି ପୋଖରୀରେ ଗାଧୋଇବା ପାଇଁ ଯାଇ ଘରକୁ ନଫେରିବାରୁ ପରିବାରବର୍ଗ ଓ ଗ୍ରାମବାସୀ ବହୁ ସ୍ଥାନରେ ଖୋଜାଖୋଜି କରିଥିଲେ। ତଥାପି ତାଙ୍କର କୌଣସି ସନ୍ଧାନ ମିଳି ନଥିଲା। ଆଜି ସକାଳେ ଉଙ୍ଗାଙ୍କ ମୃତଦେହ ଉକ୍ତ ପୋଖରୀରେ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।