ଦେଓଗାଁ,ଏନ୍ଏନ୍ଏସ୍: ତୁଷୁରା ଥାନା ଅନ୍ତର୍ଗତ ଗୁଡ଼ଭେଲା-ତୁଷୁରା ରାସ୍ତା ଉପରେ ଥିବା ଧାନଗରା ତେଲ ନଦୀ ବ୍ରିଜ ତଳେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ଖବର ପାଇ ତୁଷୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହଟି ଜଣେ ପୁରୁଷଙ୍କର ହୋଇଥିବାବେଳେ ବୟସ ପାଖାପାଖି ୪୦ ହେବ ବୋଲି ପୁଲିସ ଅନୁମାନ କରୁଛି। ମୃତଦେହ ପଡ଼ିଥିବା ସ୍ଥାନରେ କିଛି ପୂଜା ସାମଗ୍ରୀ ପଡ଼ିଥିବାରୁ ବଳି ଦେଇ ନଦୀକୁ ଫିଙ୍ଗିି ଦିଆଯାଇଥିବା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।