ପଶ୍ଚିମବଙ୍ଗର ୭ ବର୍ଷୀୟ ଶିଶୁ ଓମିକ୍ରନରେ ସଂକ୍ରମିତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପ୍ରଥମ ଓମିକ୍ରନ୍ ମାମଲା ସାମ୍ନାକୁ ଆସିଛି। ମୁର୍ଶିଦାବାଦର ଜଣେ ୭ ବର୍ଷୀୟ ଶିଶୁ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି। ନିକଟରେ ସେ ଆବୁଧାବିରୁ ଫେରିଥିଲେ। ଶିଶୁଟିର ଚିକିତ୍ସା ମୁର୍ଶିଦାବାଦ ହସ୍ପିଟାଲରେ ଜାରି ରହିଛି। କିନ୍ତୁ ଶିଶୁଟିର ମାତାପିତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭,୫୦୦ ହୋଇଥିବାବେଳେ ୧୯ହଜାର ୬୦୦ ଜଣଙ୍କର ମୃତ୍ୟୁ ଘଟିଛି।