ହାଇଦ୍ରାବାଦରେ ଓଡ଼ିଆ ଯୁବକ ମୃତ

ଆଳି,ଏନ୍ଏନ୍ଏସ୍: ଗୁରୁବାର ହାଇଦ୍ରାବାଦରେ ଜଣେ ଓଡ଼ିଆ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ, ଆଳି ଥାନା ଅନ୍ତର୍ଗତ ଦକ୍ଷିଣଡିହା ଗ୍ରାମର ଘନ ବେହେରାଙ୍କ ପୁଅ ରଶ୍ମିରଞ୍ଜନ ବେହେରା ପରିବାର ସହିତ ସିକନ୍ଦ୍ରାବାଦରେ ରହୁଥିଲେ । ଗୁରୁବାର ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ମିଳିଛି।