ଝୁଲନ୍ତା ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି , ଏନ୍ଏନ୍ଏସ୍ : ଝୁଲନ୍ତା ମୃତଦେହ ଉଦ୍ଧାର। ଦେହରେ ରହିଛି ଅନେକ କଟାଦାଗ। ଘଟଣାଟି ଘଟିଛି ବଲାଙ୍ଗିରି ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଣ୍ଡାଳପୁରୀ ଗାଁ’ରେ। ଏହା ଏକ ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ମୃତବ୍ୟକ୍ତି ଦ୍ୱିତୀୟ ବିବାହ କରିଥିଲେ। ଜଣେ ପତ୍ନୀ ଦୁଇଦିନ ହେଲା ନିଖୋଜ ଥିବା ସୂଚନା ମିଳିଛି। ପତ୍ନୀ ନିଖୋଜ ଥିବା ନେଇ ଥାନାରେ ଏତଲା କରିବା ପରେ ମିଳିଛି ଝୁଲନ୍ତା ମୃତଦେହ। ଘଟଣାସ୍ଥଳରେ ପୁଲିସ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ସୂଚନା ମିଳିଛି।