ବିଦ୍ୟୁତ ତାର ଲାଗି ଜଣେ ମୃତ୍ୟୁ

କୋଦଳା,ଏନ୍ଏନ୍ଏସ୍: ଗଞକଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କେ.ବରିଡ଼ା ପଞ୍ଚାୟତ ପିହାଣିଆରେ ଅଘଟଣ। ବାରହା ଫସଲ ନଷ୍ଟ କରୁଥିବା ନେଇ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ପିହାଣିଆ ଗ୍ରାମର ଧୋବା ସିଥ। ବେଆଇନ ଭାବେ ବିଦ୍ୟୁତ ତାର ବିଛାଯାଇଥିବା ଏବଂ ଉକ୍ତ ତାର ସଂସ୍ପର୍ଶରେ ଆସି ଧୋବାଙ୍କ ମୃତ୍ୟୁ ଘଟିବା ପରେ ତରବରିଆ ଭାବେ ତାଙ୍କୁ ଶ୍ମଶାନକୁ ନେଇ ସତ୍କାର କରିବାକୁ ଉଦ୍ୟମ କରୁଥିବା ବେଳେ ଖବର ପାଇ ଖଲ୍ଲିକୋଟ ପୁଲିସ ପହଞ୍ôଚ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।