ବଡଭାଇର ଭୁଜାଲି ଚୋଟରେ ସାନଭାଇର ମୃତ୍ୟୁ

ଭଦ୍ରକ, ଏନ୍ଏନ୍ଏସ୍ : ଜମିବାଡି ବିବାଦ ଭଳି ପୂର୍ବ ଶତ୍ରୁତାକୁ ନେଇ ବଡଭାଇର ଭୁଜାଲି ଚୋଟରେ ସାନଭାଇର ମୃତ୍ୟୁ ଘଟିଛି। ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ସାନଭାଇର ମୃତ୍ୟୁ ଚିକିôସାଧୀନ ଅବସ୍ଥାରେ ହିଁ ହୋଇଛି।
ସୂଚନା ଅନୁଯାୟୀ, ବାଲେଶ୍ବର ଜିଲା ସିମୁଳିଆ ଥାନା ଅଧୀନସ୍ଥ ବରଦା ପଂଚାୟତର ବିଷ୍ଣୁପୁର ଗ୍ରାମନିବାସୀ ବଡଭାଇ କୈଳାସ ମାଝୀ ଓ ସାନଭାଇ ସୁରେଶ ମାଝୀଙ୍କ ମଧ୍ୟରେ ଘର ଜାଗାବାଡିକୁ ନେଇ ଗଣ୍ଡଗୋଳ ହୋଇଥିଲା। ସାନଭାଇ ସୁରେଶର ଆବାସ ଯୋଜନାରେ ଗୃହ ମଂଜୁର ହୋଇଥିବାବେଳେ ସେ ଘର କରିବା ପାଇଁ ଜାଗା ଚିହ୍ନଟ କରୁଥିବାବେଳେ ଉକ୍ତ ବିଷୟକୁ ନେଇ ଦୁଇଭାଇଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ବଡଭାଇ କୈଳାସ ଏକ ଭୁଜାଲି ଦ୍ବାରା ସାନଭାଇ ସୁରେଶକୁ ମରଣାନ୍ତକ ଆକ୍ରମଣ କରିଥିଲା। ଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୁରେଶକୁ ଗ୍ରାମାବାସୀମାନେ ଭଦ୍ରକ ଡାକ୍ତରଖାନାକୁ ଆଣିଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ସୁରେଶର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇ ତଦନ୍ତ ଚାଲୁଥିବାର ଜଣାପଡିଛି।