ଜଳପ୍ରପାତରେ ପଡ଼ି ଯୁବକଙ୍କ ମୃତ୍ୟୁ

ମାଲକାନଗିରି,ଏନ୍ଏନ୍ଏସ୍:ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ୍ ଭେଜାଙ୍ଗିୱାଡା ପଞ୍ଚାୟତର ବେହେରାଗୁଡା ନିକଟରେ ଥିବା ଜଳପ୍ରପାତରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗୋକୋଣ୍ଡା ପଞ୍ଚାୟତ ଏମପିଭି-୨୬ ଗ୍ରାମର ବିଜୁ ମଣ୍ଡଳ ସାଙ୍ଗମାନଙ୍କ ସହ ବେହେରାଗୁଡା ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ ।ା ଜଳପ୍ରପାତ ମଧ୍ୟରେ ଗାଧୋଉଥିବାବେଳେ ହଠାତ୍ ଖସି ଯାଇ ଏକ ପଥରରେ ବାଡ଼େଇ ହୋଇ ତଳେ ପଡ଼ିଯାଇଥିଲେ। ଅନ୍ୟ ସାଙ୍ଗମାନେ ବିଜୁଙ୍କୁୁ ଉଦ୍ଧାର କରି କୋରାପୁଟ ଡାକ୍ତରଖାନା ନେଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।