ପିଲାଙ୍କ ଲାଗି କୋଭାକ୍ସିନକୁ ଅନୁମତି ମିଳିନି: ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ୧୮ରୁ କମ୍ ବୟସର ପିଲାଙ୍କ ପାଇଁ ଭ୍ୟାକ୍ସିନ ପ୍ରସ୍ତୁତି ପ୍ର୍ରକ୍ରିୟା ଜୋରଦାର ଚାଲିଛି। ଏହି ପରିପ୍ରେକ୍ଷୀରେ ପିଲାଙ୍କ ଲାଗି କେନ୍ଦ୍ର ସରକାର କୋଭାକ୍ସିନ ଭ୍ୟାକ୍ସିନକୁ ମଞ୍ଜୁରୀ ପ୍ରଦାନ କରିଥିବା ନେଇ ମିଡିଆରେ ପ୍ରକାଶ ପାଇଥିଲା। କିନ୍ତୁ ଏବେ କରୋନା ଭ୍ୟାକ୍ସିନକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ସ୍ପଷ୍ଟ କରି ଦେଇଛନ୍ତି।

ଭାରତୀ ପ୍ରବୀଣ ପାୱାର କହିଛନ୍ତି ଯେ, ‘ବର୍ତ୍ତମାନ ସୁଦ୍ଧା ଡିଜିସିଆଇ ତରଫରୁ ଭ୍ୟାକ୍ସିନକୁ ଅନୁମତି ମିଳିନାହିଁ। ମୋତେ ଲାଗୁଛି କିଛି ଦ୍ୱନ୍ଦ୍ୱ ସାମ୍ନାକୁ ଆସୁଛି। ଏହି ଦିଗରେ କାମ ଜାରି ରହିଛି। ବିଶେଷଜ୍ଞ ନିର୍ଣ୍ଣୟ ନେବା ପରେ ଭ୍ୟାକ୍ସିନ ଆସିବ। ପ୍ରକ୍ରିୟା ଜାରି ରହିଛି ଏବଂ ଆମେ ସେଥିରେ ହସ୍ତୁକ୍ଷେପ କରୁନି।’