ପାକିସ୍ତାନରୁ ଅପହରଣ ହୋଇଗଲେ ଆଫଗାନିସ୍ତାନ ରାଜଦୂତଙ୍କ ଝିଅ, ଛାଡ଼ାଯିବା ପୂର୍ବରୁ ହୋଇଥିଲେ ନିର୍ଯାତିତ

ନୂଆଦିଲ୍ଲୀ,ଏଜେନ୍ସି: ପାକିସ୍ତାନରେ ଥିବା ଆଫଗାନିସ୍ତାନର ରାଜଦୂତ ନଜିବୁଲ୍ଲା ଅଲୀଖିଲଙ୍କ ଝିଅଙ୍କୁ ଅପହରଣ ପରେ ଛାଡ଼ି ଦିଆଯାଇଛି। ଏହି ଘଟଣାକୁ ଆଫଗାନିସ୍ତାନ ସରକାର ନିଶ୍ଚିତ କରିଥିବା ବେଳେ ପାକିସ୍ତାନ ମିଡ଼ିଆ ମଧ୍ୟ ଏହା ସ୍ପଷ୍ଟ କରିଛି। ଆଫଗାନିସ୍ତାନ ବିଦେଶ ମନ୍ତ୍ରାଳୟର ସୂଚନା ଅନୁସାରେ ଜୁଲାଇ ୧୬ ତାରିଖରେ ଇସଲାମାବାଦରୁ ଆଫଗାନିସ୍ତାନ ରାଜଦୂତଙ୍କ ଝିଅର ଅପହରଣ ହୋଇଥିଲା। ଅପହରଣକାରୀ ତାଙ୍କୁ ବହୁ ନିର୍ଯାତିତ କରିଥିବା କୁହାଯାଇଛି।

ଅପହରଣକାରୀଙ୍କ ବନ୍ଦିରୁ ମୁକୁଳିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରାଳୟ ନିନ୍ଦା କରିବା ସହିତ ରାଜନୈତିକ ସୁରକ୍ଷା ସମ୍ପର୍କରେ କଥା ହୋଇଛି। ଏଥିସହିତ ଏହି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଆଫଗାନିସ୍ତାନ ସରକାର ପାକିସ୍ତାନ ସରକାରଙ୍କ ସହିତ କଥା ହୋଇଛନ୍ତି।