ରାଜଧାନୀରେ ୩୭୨ କରୋନାରେ ସଂକ୍ରମିତ: କ୍ୱାରେଣ୍ଟାଇନରୁ ୮୭ ଓ ସ୍ଥାନୀୟ ସଂକ୍ରମଣ ୨୮୫

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ଆଜି ଆଉ ୩୭୨ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୮୭ଜଣ ଓ ସ୍ଥାନୀୟ ସଂକ୍ରମଣ ୨୮୫ଜଣ ରହିଛନ୍ତି। ଅନ୍ୟପଟେ ୨୨୬ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫ହଜାର ୫୬୬ ହୋଇଥିବାବେଳେ ୯୩ହଜାର ୫୫୮ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୬୧୬ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୩୭୧ଜଣ ଚିକିତ୍ସିତ ହେଉଛନ୍ତି।