ଅଗଷ୍ଟ ୧୫ରେ ଡେବ୍ୟୁ କରିବ ଥାର ଇଲେକଟ୍ରିକ୍‌

ନୂଆଦିଲ୍ଲୀ: ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା ହଠାତ୍ ଥାର ଇଲେକଟ୍ରିକ୍ ସମ୍ବନ୍ଧରେ ଘୋଷଣା କରିଛି । ଆସନ୍ତା ଅଗଷ୍ଟ ୧୫ ତାରିଖରେ କମ୍ପାନୀ ଥାର ଏସୟୁବୀର ଇଲେକ୍ଟ୍ରିକ ଭର୍ସନର ଡେବ୍ୟୁ କରିବ । ଏହି କାର୍ଯ୍ୟକ୍ରମ ସାଉଥଆଫ୍ରିକାର ରାଜଧାନୀ କେପଟାଉନରେ ହେବ । ଟିଜରରେ ଏହାର ଲୁକ୍ ଫ୍ୟୁଚରିଷ୍ଟିକ ହେବାସହ କନସେପ୍ଟ କାର ହେବା ନେଇ ଅନୁମାନ କରାଯାଉଛି । ସେଥିପାଇଁ ବଜାରରେ ଏହାର ଲଞ୍ଚିଂରେ ସମୟ ଲାଗିବ । ରେଟ୍ରୋ ଲୁକ୍ ପାଇଁ ମହିନ୍ଦ୍ରା ଥାର ଲୋକପ୍ରିୟତା ହାସଲ କରିଛି ।