‘ଆଶ୍ରମ-୩’ ସୁଟିଂ ସେଟ୍‌ରେ ବଜରଙ୍ଗ ଦଳ କଲେ ଭଙ୍ଗାରୁଜା, ପ୍ରକାଶ ଝାଙ୍କ ମୁଁହରେ ପକାଇଲେ କାଳୀ

ନୂଆଦିଲ୍ଲୀ,ଏଜେନ୍ସି: ବବି ଦେଓଲଙ୍କ ୱେବ୍ ସିରିଜ୍ ‘ଆଶ୍ରମ’ର ଦୁଇଟି ସିଜିନ୍ ହିଟ୍ ହେବା ପରେ ବର୍ତ୍ତମାନ ଏହାର ତୃତୀୟ ସିଜନ୍ ପାଇଁ ପ୍ରସ୍ତୁତି ଚାଲିଛି। ପ୍ରକାଶ ଝା ଭୋପାଳରେ ଏହାର ସୁଟିଂ ଆରମ୍ଭ କରିଛନ୍ତି। କିନ୍ତୁ ଲାଗୁଛି ଯେ ଏହି ସିରିଜକୁ ନେଇ ଲୋକଙ୍କ ଅସନ୍ତୋଷ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ‘ଆଶ୍ରମ ୩’ର ସେଟରେ ଭଙ୍ଗାରୁଜା ହେବାର ଖବର ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ବଜରଙ୍ଗ ଦଳର ଲୋକମାନେ ଭୋପାଳରେ ‘ଆଶ୍ରମ ୩’ର ସେଟରେ ଭଙ୍ଗାରୁଜା କରିଛନ୍ତି। ଏହା ସହିତ ସେମାନେ ପ୍ରକାଶ ଝାଙ୍କ ମୁହଁରେ କାଳୀ ପକାଇଛନ୍ତି। ସେମାନେ ଦାବି କରୁଛନ୍ତି ଯେ ଏହି ସିରିଜର ନାମ ପରିବର୍ତ୍ତନ କରାଯାଉ ନଚେତ୍ ମଧ୍ୟପ୍ରଦେଶରେ ଏହି ସିରିଜର ସୁଟିଂକୁ ଅନୁମତି ଦେବେ ନାହିଁ।

ବଜରଙ୍ଗ ଦଳର ଭୋପାଳ ନେତା ସୁଶୀଲ ସୁଦେଲ କହିଛନ୍ତି, ଶୋ’ର ନାମ ‘ଆଶ୍ରମ’ରୁ ପରିବର୍ତ୍ତନ କରାଯାଉ, ନଚେତ୍ ରାଜ୍ୟରେ ସୁଟିଂ ଅନୁମତି ଦିଆଯିବ ନାହିଁ। ମଧ୍ୟପ୍ରଦେଶରେ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ପ୍ରୋତ୍ସାହିତ କରାଯାଉ। ଲୋକମାନେ କାମ ପାଇବା ଉଚିତ୍ କିନ୍ତୁ ଏହି ଭୂମି ହିନ୍ଦୁ ସମାଜକୁ ଅପମାନିତ କରିବା ପାଇଁ ବ୍ୟବହାର କରାଯିବା ଉଚିତ୍ ନୁହେଁ।

ସୁଶୀଲ ଆହୁରି କହିଛନ୍ତି, ବାକି ସିରିଜରେ ଏହା ଦର୍ଶାଯାଇଛି ଯେ ‘ଆଶ୍ରମ’ରେ ମହିଳାମାନଙ୍କର ଶୋଷଣ କରାଯାଏ। ଏହା ସେପରି କି? ହିନ୍ଦୁମାନଙ୍କୁ ଫସାଇବା ବନ୍ଦ କରନ୍ତୁ, ଯଦି ସେମାନେ ଲୋକପ୍ରିୟତା ଚାହାଁନ୍ତି ତେବେ ତେବେ ସେମାନେ ଅନ୍ୟ କୌଣସି ଧର୍ମର ନାମ ନିଅନ୍ତୁ ଏବଂ ଦେଖନ୍ତୁ ସେଠାରେ କେତେ ବିରୋଧ ପ୍ରଦର୍ଶନ ହେଉଛି। ସେ କହିଛନ୍ତି ଆମେ ପ୍ରକାଶ ଝାଙ୍କୁ ଚେତାବନୀ ଦେଇଛୁ ଏବଂ ସେ କହିଛନ୍ତି ଶୋ’ର ଟାଇଟଲ୍ ବଦଳାଇବାକୁ କଥା ହେଉଛନ୍ତି।