ପୁଣି ଟିକା କେନ୍ଦ୍ରରେ ଟିକାର ଅଭାବ, ୧୧ ଜିଲ୍ଲାରେ ବନ୍ଦ ରହିଲା ବଣ୍ଟନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁଣିଥରେ ରାଜ୍ୟର ଟିକା କେନ୍ଦ୍ରରେ ଟିକାର ଅଭାବ ଦେଖାଦେବାରୁ ୧୧ ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି। ଜୁନ୍ ମାସ ପାଇଁ ଆବଶ୍ୟକ କୋଭିସିଲ୍ଡ ଟିକା ନଥିବାରୁ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିଛି।

ଆଜି ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, ଝାରସୁଗୁଡ଼ା, ସୋନପୁର, କେନ୍ଦ୍ରାପଡ଼ା ଓ କୋରାପୁଟ ଜିଲ୍ଲାରେ ଆଜି ଟିକାକରଣ ହେବ ନାହିଁ। ରାଜ୍ୟରେ କେବଳ ୨୧୦ କେନ୍ଦ୍ରରେ ଟିକା ଦିଆଯିବ ବୋଲି କୁହାଯାଇଛି। ଜୁନ୍ ୨୧ ପରେ ଆଜି ସବୁଠୁ କମ୍ ଟିକା ଦିଆଯିବ। କୋଭିସିଲ୍ଡ ଟିକା ମହଜୁଦ ନଥିବାରୁ ଟିକାକରଣ ବନ୍ଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି।

ଏବେ ମାତ୍ର ୩୮ ହଜାର ୩୮୦ ଡୋଜ୍ କୋଭିସିଲ୍ଡ ଟିକା ରହିଥିବାବେଳେ ଜୁଲାଇ ୨ ତାରିଖରେ ରାଜ୍ୟକୁ କୋଭିସିଲ୍ଡ ଟିକା ମିଳିବା ସମ୍ଭାବନା ରହିଛି।